Tuesday 17 July 2018

କାହ୍ନା ପ୍ରୀତି

କାହ୍ନା ପୀରତି ଅମୂଲ୍ୟ ନିଧି,
କଳି ନୋହେ ସେ କୃପା ବାରିଧି,
ଯେତେ ଭୋଗ କଲେ ତେତେ ତୃଷ୍ଣା ବଢେ,
ନାହିଁ ସେହି ତୃଷ୍ଣାର ପରିଧି ।

କରି ଦାସ୍ୟ ପଣେ ଅଙ୍ଗୀକାର
ଦେଇ ତାଙ୍କୁ ମନ ଉପହାର,
ହୋଇ ଯେବେ ପାର "ମୁଁ" କାରୁ ବାହାର
ହାତ ଧରିବେ ମୁରଲୀଧର ।

ଭାବ ବିଭବ ତାହାର ପ୍ରିୟ,
ଠିକଣା ତାର ଭକ୍ତ ହୃଦୟ,
ଭକତି ଲୁହରେ ଧୋଇଲେ ତା ପଦ,
ନିଶ୍ଚେ ହୋଇବ କାହ୍ନା ସଦୟ ।

ପ୍ରୀତି ଗୋପିକାଙ୍କ ସମ କରି, 
ତାଙ୍କୁ ସମର୍ପି କର୍ମ ତୋହରି,
ମୂଢ ପ୍ରଦୀପ୍ତ ତୁ ଶରଣରେ ଯାଅ,
ଯେବେ ସଂସାରୁ ହୋଇବୁ ପାରି।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...