Sunday 22 July 2018

ଆଡପ ମଣ୍ଡପୁ ବଡ ଦେଉଳକୁ

ଆଡପ ମଣ୍ଡପୁ ବଡ ଦେଉଳକୁ ବାଟ କେତେ ଜଗନ୍ନାଥ,
ଆଜି ବାହୁଡାରେ ମନ ବଳାଇଛି ଟାଣିବି ମୁଁ ତୋର ରଥ ।

ହେଲେ ହେଉ ପଛେ ପୁରୀ ମୋତେ ଦୂର ମନ କରିବିନି ଛୋଟ
ତୋତେ ପ୍ରତିଷ୍ଠିତ କରି ମୁଁ ମନରେ ଟାଣି ନେବି ଭାବରଥ ।

ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ ଆସିବୁ ତୁ କଳା ମୁଖ,
କ୍ଷଣକର ପାଇଁ ହେଲେ ହେଉ ପଛେ ବୁଝିଲେ ତୁ ମୋର ଦୁଃଖ।

ମହାର୍ଘ୍ୟ ପ୍ରସାଦ ମନ ନ କରିବୁ ଦେବି ବା ମୁଁ କାହୁଁ ଆଣି,
ଧୋଇବି ମୁଁ ତୋର ପଦ ପଙ୍କଜକୁ ଦେଇ ମୋ ନୟନ ପାଣି ।

ଶରଧା କୁସୁମ ଅର୍ଘ୍ୟ ତୋତେ ଦେବି ସେତିକି ମୋ ପାଶେ ଅଛି,
କେ କି ଦେଲା ମୁଁ ତା ନ ଦେଇ ପାରିଲି ବୋଲି ଭାବିବୁନି କିଛି ।

ଖୁସି ମନରେ ତୁ ବଡ ଦେଉଳକୁ ବିଜେ ହେବୁ ଲୀଳାଧର,
ତୋ କରୁଣା ପାଇ ଏ ଜୀବନେ ଧନ୍ୟ ହୋଇବ ପ୍ରଦୀପ୍ତ ଛାର ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...