Sunday 22 July 2018

ମୋତେ ବାହୁଡାଇ ନେବୁ ବାହୁଡାରେ

ତୋ ପବିତ୍ର ବାହୁଡା ଦିନରେ
ହେଜିବୁ ତୁ ମୋତେ ତୋ ମନରେ,
ବାହୁଡାଇ ନେବୁ ଭବ ଜଞ୍ଜାଳରୁ,
କୃପା ବହି ଏ ପତିତ ଠାରେ ।

ପାଶେ ନାହିଁ ମୋର କର୍ମ ବଳ,
ସାଥେ ନାହିଁ କିଛି ପୂଣ୍ୟ ଫଳ,
କିନ୍ତୁ ତୁ କାଳିଆ ସାହା ହେଲେ ମୋତେ,
ମନୋବାଞ୍ଛା ହେବ ମୋ ସଫଳ ।

ମରା ମରା ଶବ୍ଦ ଗାଉ ଥିଲା, 
ଚ୍ଚାରିତ ରାମ ନାମ ହେଲା
ତୋ କରୁଣା ବଳେ ଦସ୍ୟୁ ରତ୍ନାକର, 
ଗ୍ରନ୍ଥ ରାମାୟଣ ରଚିଗଲା ।

ବିପ୍ର ଅଜାମିଳ ପାପ କୃତ,
ଦେଖି ଜୀବନାନ୍ତେ ଯମ ଦୂତ,
ଭୟେ ନାରାୟଣ ପୁତ୍ରକୁ ଡାକିଲା,
କୃପା କରି ତାରିଲୁ ତୁରିତ ।

ତୁ କରୁଣା ସାଗର ଶ୍ରୀହରି,
ମୁଁହିଁ  ତୁଚ୍ଛ ଦାସଟି ତୋହରି, 
ବୁନ୍ଦେ ସେ ସାଗରୁ ତୋର ଦୟା ହେଲେ,
 ଏ କଷ୍ଟରୁ ହେବି ପ୍ରଭୁ ପାରି ।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...