Saturday 13 July 2019

ସୁନାବେଶ ୨

ବଡ ଦାଣ୍ଡେ ବଡ ଗହଳି,
ବିଜେ ତିନି ଠାକୁର,
ଦରଶ ସକାଶେ ବୁଲନ୍ତି 
ହୋଇ ଭକ୍ତ ଆତୁର । 

କିରୀଟ, କୁଣ୍ଡଳ, ଶ୍ରୀଭୁଜ,
ନାନା ମାଳ ସୁନ୍ଦର,
ସବୁ ଏଠି ସ୍ଵର୍ଣରେ ଗଢା
ସୁନାର ଶ୍ରୀପୟର  ।

ବୁଝାଅନ୍ତି ଅବା ଶ୍ରୀହରି
ଏଠି ତତ୍ଵ ସୃଷ୍ଟିର,
ଯିଏ ଜଗତର ନିୟନ୍ତା
ସେହି ସ୍ରଷ୍ଟା ମାୟାର। 

ଯାହାର ଯେଉଁଠି ଆଗ୍ରହ
ସେଠି ମତି ତାହାର,
ବଦ୍ଧ ବୁଦ୍ଧି ଦେଖେ ସୁବର୍ଣ,
ଭକ୍ତ ଦେଖେ ଠାକୁର। 

ଭକ୍ତିରେ ଶୁଦ୍ଧତା, ଦୃଢତା
ଦେଖନ୍ତି ମାୟାଧର,
ପରଖି ନିଅନ୍ତି ଭକ୍ତକୁ
ବୁଣି ଜାଲ ମାୟାର । 



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...