Monday 29 July 2019

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ?

ତୁମେ ବିଧି, ତୁମେ ଶିଳ୍ପୀ, ତୁମେ ସେ ଯାଦୁକର,
ଏ ବିଶାଳ ରୂପମୟ ସୃଜନଟି ଯାହାର,
ନିଜ ପାଇଁ ଜଗଦୀଶ ଏ ବିଚାର କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

ଗୋରା ବଳଦେବ ଭାଇ, ଗୋରା ତୁମ ଭଉଣୀ,
ଶୁଭ୍ର ତନୁଧାରିଣୀ ତୁମ୍ଭର ସହଧର୍ମିଣୀ,
ଗୌରବର୍ନା ଗୋପ ନାରୀ, ରାଧା ଗୋରୀ ନୁହେଁ କି ? 
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

କଳା ରାତ୍ରି ରାଣୀ, କଳା ଅପରାଜିତା ଫୁଲ,
ଅନେକଙ୍କ କାୟା କୃଷ୍ଣ, କୃଷ୍ଣବର୍ନା କଜ୍ଜଳ,
କେହି ନ ଭାବୁ ନିଉନ ସତେ ସେଥିପାଇଁ କି,
ବୁଝିଲି ବୁଝିଲି ତୁମେ କଳା ହେଲ କାହିଁକି । 

ପରମ ବିଚାରବନ୍ତ ହେ କାଳିଆ ଠାକୁର,
ବଡ ଦିଅଁ ଯେଣୁ ତୋର ଏ ମହତ ବେଭାର,
ପଚାରିବିନି ତୁମକୁ  କଳା ହେଲ କାହିଁକି,
ଜଗତର ନାଥ ତୁମେ, ସଭିଙ୍କର ପାଇଁ କି ।   

(ମୋ ପ୍ରଥମ ଭଜନ ଭିଡିଓ ଆଲବମର ଏକ  ଚୟନୀତ ଭଜନ )
copyright 2015

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...