Saturday 13 July 2019

ରାଜାଧିରାଜ ବେଶ(ସୁନା ବେଶ)

ଦେଖ ସେ କାଳିଆ ରାଜାଧିରାଜ,
ରଥର  ଉପରେ ହୋଇ ବିରାଜ,
ଭକତ ହୃଦୟ ରାଜ୍ୟ ଜିଣିବାକୁ,
ଆଜ କି ରଙ୍ଗେ ହୋଇଛି ସଜ ।

ରମ୍ୟ ବଡଦାଣ୍ଡର ସାଜସଜ୍ଜା,
ଠୁଳ ହୋଇଛନ୍ତି ଭକତ ପ୍ରଜା,
ପ୍ରଭୁଙ୍କ ସାନିଧ୍ୟ ପାଇବାକୁ ଟିକେ,
ନାଚୁଛନ୍ତି ଏଠି ବଜାଇ ବାଜା।

ନିର୍ଦ୍ଧନର ଧନ ଜଗତ ନାଥ,
ବୈଭବରେ ଶ୍ରେଷ୍ଠ କମଳାକାନ୍ତ,
ଦର୍ଶନ ଆନନ୍ଦ ଧନ ପ୍ରଦାନରେ,
ତୋଷନ୍ତି ପ୍ରଜାଙ୍କର ମନୋରଥ। 

ତା ଭାବ କୈବଲ୍ୟ  ଜୀବନ ମୂଳ,
ତା କୃପା କଟାକ୍ଷେ ଜନ୍ମ ସଫଳ,
ଆସ ସମର୍ପିବା ଏ ଜୀବନ ତାକୁ,
ସେହି ଏ ଜଗତର ଆଦିମୂଳ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...