Monday 8 July 2019

ତ୍ରିଶଙ୍କୁ

ଭବ ଓ ହରିଭାବର ମଧ୍ୟରେ,
ମାଟି ଓ ଆକାଶର ମଝି ସ୍ଥାନରେ,
ମୁଁ  ଓଲଟା ଲଟକି ରହିଛି,ଠିକ ତ୍ରିଶଙ୍କୁଙ୍କ ଭଳି।

ମନରେ ମୋର ଏବେ ବି,
ମୋହ ମାୟାର ଧୁଳି ଲାଗି ରହିଛି,
ଭବପ୍ରୀତିର ନିଦର୍ଶନ ସ୍ୱରୂପ ।

ଦୃଶ୍ୟ ଦୁନିଆର ଗୁରୁତ୍ବାକର୍ଷଣ ବଳ,
ମୋତେ ନିମ୍ନଗ ପ୍ରଚେଷ୍ଟ ରହିଛି,
ଯଦିଓ ଦିବ୍ୟଜ୍ଞାନ ଊର୍ଦ୍ଧ୍ଵଗ ପ୍ରୟାସ ତତ୍ପର।

ବୁଦ୍ଧି କୁହେ, ହେ ତ୍ରିଶଙ୍କୁ ସଚେତ ରୁହ,
କେହି ବିଶ୍ଵାମିତ୍ର ଏଠି ମଝିସ୍ଥାନରେ,
ତୁମ ପାଇଁ ସ୍ଵର୍ଗଟିଏ ଗଢି ଦେବେନି।

ନାସ୍ତିକତା ବା ଆସ୍ତିକତା ,ଆନନ୍ଦ ବା ଅଧ୍ୟାତ୍ମ,
ଭୋଗ ବା ବୈରାଗ୍ୟ , ଭବ ବା ଭାବ,
ଯାହା ଇଚ୍ଛା, ଗୋଟିଏ ବାଛି ନିଅ ।

ବିଶ୍ଵାସ କରୁଛ, ଦୃଷ୍ଟି ଲକ୍ଷ୍ୟ ଉପରେ ରଖ ,
ଅବିଶ୍ଵାସ କରୁଛ, ଆନନ୍ଦ କର,
ଅର୍ଦ୍ଧ ନୁହେଁ, ଯାହା କର ପୂର୍ଣତାର ସହ କର।

ମାଟିରେ ପାଦେ, ଆକାଶରେ ପାଦେ ନୁହେଁ,
ବାଛି ନିଅ, ଯାହା  ତୁମର ପସନ୍ଦ,
କିନ୍ତୁ,  ତୁମେ ତ୍ରିଶଙ୍କୁ ହୁଅନା ।








No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...