Thursday 25 July 2019

ଆଉ କିଛି ମାଗୁନାହିଁ

ତୁମ କରୁଣାରେ, ଲାଗିଛି ପଦରେ,
ଧୂଳିକଣାଟିଏ ମୁଁହିଁ,
ଅକାରଣ ଭାବି, କେଉଁ ଅବେଳରେ,
ମୋତେ ଝାଡି ଦେବ ନାହିଁ । 

କୋଟି କୋଟି ଜନ୍ମ, ସାଧନା ସଘନ,
ପରେ ସାଧୁ ରହେ ଯହିଁ,
ବିନା ଭକତିରେ, ବିନା ସୁକୃତରେ,
ରହିଛି ସେଠାରେ ମୁଁହିଁ । 

ବିଶାଳ ତୋ ଚିତ୍ତ, ଆହେ ଜଗନ୍ନାଥ,
ତୋ କରମ ତୋତେ ଜଣା,
ପତିତ ଉଦ୍ଧାର, ପାଇଁ କର୍ମ ତୋର,
ତୋ ଅହେତୁକୀ କରୁଣା । 

ମୁଁ ନିଉନ ପ୍ରାଣ, ସାର୍ଥକ ଜୀବନ,
ସେ ବୈକୁଣ୍ଠେ ସ୍ଥାନ ପାଇ । 
ସନ୍ତୁଷ୍ଟ ମୋ ମନ, ତୋ ଧ୍ୟାନେ ମଗନ,
ଆଉ କିଛି ମାଗୁନାହିଁ । 
      

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...