Sunday 11 March 2018

ତୁମ ସିମନ୍ଥ ସିନ୍ଦୁର

ପତି, କନ୍ୟା ଓ ପରିବାର ଗହଣରେ,
ରଜ ମଉଜ କରିବାକୁ ତୁମେ,
ମଟର ଗାଡିରେ ଯେବେ ଆସୁଥିବ,
ତୁମ ଗାଡି ଆଗରେ,
ମୋ ଶବଯାତ୍ରାଟା ଦେଖି ଅଟକି ଯିବ ।

କିଆ କଉଡି ବୁଣି ବୁଣି ଚାଲୁଥିବା,
ନିଶ ଉଠା ଯୁବକଟିକୁ,
ଦୋ ଦୋ ଚିହ୍ନା ହେଉ ହେଉ,
ଗାଡିର ଝରକା ବାଟେ,
ଶୋଭାଯାତ୍ରୀଙ୍କୁ ବିଚରାଟିର ପରିଚୟ ପଚାରିବ ।

ତୁମ ପରିପୂର୍ଣ ଜୀବନର,
ମୂଲ୍ୟବାନ ସମୟରୁ,
ଟିକେ କାଢି ମଶାଣିକୁ ଆସିବ,
ବିଚରାଟି ପାଇଁ ସଜା ହୋଇ ଥିବା ଜୁଇରେ,
ଚନ୍ଦନ କାଠ ଟିଏ ଦବ ।

ତୁମ ସିମନ୍ଥ ସିନ୍ଦୁର ଦାଉ ଦାଉ ହୋଇ ଜଳୁଥିବ,
ମୋ ଜୁଇର ନିଆଁ ଠାରୁ ଅଧିକ ଜୋରରେ,
ଫେରି ଯିବ ପ୍ରିୟା ତୁମେ,
"ବାବୁ" ଗୋ ତୁମ ସୁଖ ଆନନ୍ଦର ସଂସାରକୁ,
ଫେରି ଚାହିଁବନି ଟିକେ ବି ପଛ କୁ ।


ତିରିଶ ବର୍ଷ ପୁରୁଣା ଡାଇରୀ ପୃଷ୍ଠାରୁ ଯଥାବତ ।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...