Friday 23 March 2018

କୁହ, କିଏ ତୁମେ?


କିଏ?
କିଏ ତୁମେ ଲୁଚି ରହିଛ,
ଶବ୍ଦ ବର୍ନାଳୀର ଉହାଡରେ,
ଚିତ୍ରପଟର ଆଢୁଆଳ ରେ,
କବିର ରୋମାଞ୍ଚ ଭରା କଥାରେ,
ପ୍ରେମିକ ପୁରୁଷର କବ୍ୟିକ ବ୍ୟଥାରେ।

ବାହାରକୁ ଆସ,
ପରିଚୟ ଦିଅ ନିଜର,
କୁହ କେମିତି ହସେଇଲ ତାଙ୍କୁ,
କୈଫିଯତ ଦିଅ କାହିଁକି କନ୍ଦେଇଲ ତାଙ୍କୁ,
କଣ ସେ ଭୁଲ କଲେ ଭଲପାଇ ତୁମକୁ,
ସେ ତ ବାନ୍ଧି ଥିଲେ ଛନ୍ଦେ ଛନ୍ଦେ ତୁମକୁ।

ପରଦା ଉହାଡରେ,
ଏତେ ନୀରବତା କାହିଁକି?
ହୁଏତ,
ତୁମର ସେ ସତସାହସ ନାହିଁ,
ଅଥବା,
ତୁମର କିଛି ରୂପ ନାହିଁ
କିଛି ଅସ୍ଥିତ୍ଵ ନାହିଁ,
ଦୁନିଆକୁ ଦେଖାଇବା ପାଇଁ ।


1 comment:

  1. dearest Panda. it would be a great privilege, to read your poems which are written in other languages. i beseech your patience and understanding and request you please translate. thank you. an avid admirer

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...