Tuesday 6 March 2018

ଅବୁଝା ପ୍ରଣୟିନୀ





ଶୁଣି କି ଶୁଣନା ପ୍ରିୟା ତୁମେ,
ମୋ ମନ ବୀଣାର ଝଙ୍କାର
ବୁଝି କି ବୁଝନା ପ୍ରଣୟିନୀ,
ଅକୁହା ଭାଷା ମୋ ପ୍ରେମର

ବୁଜି ଯାଏ ମୋର ଦୁଇ ଆଖି,
ତୁମ ଅପରୂପ ମୁଖ ଦେଖି ।
କଥା କହୁ କହୁ ଶୁଖି ଯାଏ କଣ୍ଠ,
ହୋଇ ଯାଏ ବାଣୀ ମୋ ଅସ୍ପଷ୍ଟ ।  

ପଡି ଯାଏ ମୋ ଚେହେରା ଫିକା,
ଦିନଟିଏ ନ ହୋଇଲେ ଦେଖା।
ଦେଖି ପାରେନା ତୁମ ମୁଖ,
ଆସ ଯେବେ ତୁମେ ମୋ ସମୁଖ।

ଶବ୍ଦ ଜରୁରୀ ନୁହେଁ କେବେ,
ଜଣାଇବାକୁ ପ୍ରୀତିର  ଉତ୍ଶ୍ଵାସ।
ଆଖି, ଓଠ, ରୂପ, ରଙ୍ଗ, ଠାଣି,
ରଖିନି ତ କହିବାକୁ କିଛି ଶେଷ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...