Friday 9 March 2018

କଥା ଥିଲା


କଥା ଥିଲା ମୋ ଘରର ଏରୁଣ୍ଢୀ ବନ୍ଧ ଡେଇଁ,
ତୁମେ ଆସିବ ଧାନ କଳସୀ କୁ ଗଡେଇ ଦେଇ ।
କାନ୍ଥରେ ଝୋଟିଟାଏ ପଡିବ ତୁମ ମୋ ନାଁ ନେଇ,
ମୋ ହାଣ୍ଡିରେ ଦି ମୁଠା ଚାଉଳ ପଡିବ ତୁମ ପାଇଁ ।

ଶିତୁଆ ସକାଳରେ ଉଷୁମ ଚା କପ ଟିଏ ନେଇ,
ତୁମେ ମୋ ପାଖକୁ ଆସିବ ଲାଜେଇ ଲାଜେଇ ।
ମୋ ନିଦକୁ ଭାଙ୍ଗିଦବ ଚୁଡିର ଝଙ୍କାର ଶୁଣେଇ ଶୁଣେଇ
ରାତି ପହିଲା ଉଠ କହିବ ଅଧର ରେ ହସ ଖେଳେଇ।

କିନ୍ତୁ ତୁମେ ନିଜର କଥା ରଖିପାରିଲନି ପ୍ରିୟତମା,
ଉଡିଗଲ କେଉଁ ଅଜଣା ରାଇଜକୁ ଆସିଲନି ଜମା ।
ମୁଁ ଏବେ ବି ଆଁ କରି ଚାହିଁ ରହିଛି ବୋକାଟିଏ ଭଳି,
ତୁମେ କାଳେ କେବେ ମୋ ନୀଡ ମୁଁହାଁ ହବ ବୋଲି ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...