Tuesday 13 March 2018

କଥା ତ ନ ଥିଲା


କଥା ତ ନ ଥିଲା,
ତୁମେ ହଠାତ ଛାଡି ଚାଲିଯିବ,
ମୋ ହୃଦ କୁ ଶୂନ୍ୟତା ରେ ଭରି ।

କଥା ତ ନ ଥିଲା,
ଫଗୁଣ ମୋ ଘର କୁ ଆସିବ,
ରଙ୍ଗହୀନ ପିଚକାରୀ ଧରି । 

କଥା ତ ନ ଥିଲା,
ଦୀପାଳି ସନ୍ଧ୍ୟାରେ ମୋ ଘରକୁ ରହିବ,
ନିଶବ୍ଦତା ଓ ଅନ୍ଧକାର ଘେରି ।

କଥା ତ ନ ଥିଲା,
ମୋ ଅଗଣାର ଫୁଲ ଗଛ ସବୁ,
କୁସୁମିତ ହେବା ଆଗରୁ ଯିବେ ମରି ମରି

କଥା ତ ନ ଥିଲା,
ମୋ କଲମ କବିତା ପୃଷ୍ଠାରେ କାନ୍ଦି ଚାଲିବ,
ତୁମ ଗୁଣ ସୁମରି ସୁମରି ।

ଯାହା ସବୁତୁମେ କହିଥିଲ,
ଆଉ ମୁଁ ଶୁଣି ବିଶ୍ୱାସ କରିଥିଲି,
ସେ ସବୁ ପବିତ୍ର ପ୍ରେମ ଥିଲା,
କିନ୍ତୁ ପାଇଲାନି ଈଶ୍ଵର ମଞ୍ଜୁରୀ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...