Sunday 13 May 2018

ଚାହିଁଛି ବଡ ଆଶାରେ


ବାଧିଲା ଜାଣି କହିଲି ଛାମୁଁରେ,
ଭରଷୀ ମୁଁ ତୋର କରୁଣା ରେ,
ରଖ ବା ନ ରଖ ଅରକ୍ଷ ରକ୍ଷକ,
ଶରଣ ଗଲି ପୟରେ ହେ,
ଶରଣ ଗଲି ପୟରେ ।

ଦ୍ରୌପଦୀର ଲାଜ କୁରୁ ସଭାରେ,
ବସ୍ତ୍ର ଦେଇ ରଖିଲ ଅଚିରେ,
ମୋ ପୀଡା କି ତୁମ ଆଡ ନ ପାଇବ,
କୁହ ବାରେ ପୀତାମ୍ବର ହେ,
କୁହ ବାରେ ପୀତାମ୍ବର

ପାଣ୍ଡବଙ୍କୁ ଜତୁଗୃହ ଦାହରେ,
ବଞ୍ଚାଇଲ ବଡ କୌଶଳରେ,,
ଜଳି ମରୁଛି ମୁଁ  ଦୁଃଖ ଅନଳରେ,
ତ୍ରାହି ପ୍ରଭୁ ଆଦିମୂଳ ହେ,
ତ୍ରାହି ପ୍ରଭୁ ଆଦିମୂଳ

ତୋ ବିନୁ କେ ଅଛି ମୋର ଏ ଧରାରେ,
ଯା ପଦ ଧରିବି ବିପଦରେ,
କର୍ମ ଭକ୍ତିହୀନ ମୁଁ ଯେ ଅକିଞ୍ଚନ,
ଚାହିଁଛି ବଡ ଆଶାରେ ହେ,
ଚାହିଁଛି ବଡ ଆଶାରେ ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...