Wednesday 16 May 2018

ନ୍ୟାୟବନ୍ତ ଜଗନ୍ନାଥ


ବଡ ପଣେ ଦୟା କର ଦାସକୁ,
ଚକ୍ର ଦେଇ ନାଶ କର ତ୍ରାସ କୁ,
ବଡ ଦେଉଳର ବଡ ଠାକୁର ହେ,
ରହି ଥାଉ ଟେକ ତୋର ହେ,
ରହି ଥାଉ ଟେକ ତୋର ।

ବାହାର ହୁଅ ହେ ବଡ ଦାଣ୍ଡକୁ,
ଆଖି ଖୋଲି ଦେଖ ଭକ୍ତ ରୁଣ୍ଡକୁ,
ପୂର୍ଣ କର ଇଚ୍ଛା, ଛିଡ଼ୁ ପାପ ଦଶା
ବାଞ୍ଛାନିଧି କଳ୍ପତରୁ ହେ
ବାଞ୍ଛାନିଧି କଳ୍ପତରୁ ।

ପାପ, କଷଣ, ଅକାଳ କାଳକୁ,
ବାରି ଧାରା ଯେହ୍ନେ ଅନଳକୁ,
ତୁମ ପଦାଶ୍ରିତ, ନାହୁଏ ବଞ୍ଚିତ,
ଶରଣ ରକ୍ଷଣ ହରି ହେ,
ଶରଣ ରକ୍ଷଣ ହରି ।

ବାଇ ପ୍ରଦୀପ୍ତ ତୋ କଳାମୁଖକୁ,
ଦେଖି ଭୁଲି ଯାଏ କଷ୍ଟ ଦୁଃଖକୁ
ଦରଶନ ଦିଅ, ନ କର ଅନ୍ୟାୟ,
ନ୍ୟାୟବନ୍ତ ଜଗନ୍ନାଥ ହେ,
ନ୍ୟାୟବନ୍ତ ଜଗନ୍ନାଥ ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...