Friday 18 May 2018

ବଂଶୀ ସ୍ଵନ


ବଇଁଶୀ ଟିକେ ତୁ ବଜେଇ ଦେଏ ରେ
                            ମନ ମୋର ତୃପ୍ତ ହେଉ,
ଜନ୍ମଜନ୍ମାନ୍ତର ବନ୍ଧନରୁ କାହ୍ନା
                            ଆତ୍ମା ମୋର ମୁକ୍ତି ପାଉ ।

ଓଂକାର ଶବଦ, ତାଣ୍ଡବ ନିନାଦ
                         ସିନା ଯାର ସମତୁଲ,
ଗାୟତ୍ରୀର ସୁର, ମୃତ୍ୟୁଞ୍ଜୟ ଧୀର
                    ପରି ଯେ ଅମୂଲ୍ୟ ମୂଲ୍ୟ ।

ଯେ ମଧୁର ସ୍ଵନ ଶୁଣି ଛନ ଛନ
                   ଶ୍ରୀରାଧା ମାଆଙ୍କ ମନ,
ବାଇ ବୃନ୍ଦାବନ, ଅଥୟ ଯମୁନା,
                          ପୂଣ୍ୟ ସେ ବଇଁଶୀ ସ୍ଵନ।

କାହୁଁ ପାଇବି ମୁଁ ସର ଓ ଲବଣୀ
             ଗୋପିକା  ଦେଲେ ଯା ଆଣି,
ସେ ଉତ୍ସର୍ଗ ଭାବ, ପୀରତି ବୈଭବ
                         ଶୁଣିବାକୁ ବଂଶୀ ଧ୍ୱନି ।

କି କରି ଦେବି ମୁଁ ତୋର ଶ୍ରମ ମୁଲ
                      ପ୍ରଦୀପ୍ତ କି ତାହା ଜାଣି,
ବାଇବୁ କି ହରି କହ ସତ୍ୟ କରି
                   ଦେବି ମୁଁ ନୟନ ପାଣି ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...