Sunday 20 May 2018

ଅନୁରାଗ


ମନର ଉନ୍ମୁକ୍ତ କପାଟ ଦେଇ,
ଭାବନାର ଘୋଡା ମାନେ,
ଦୌଡିଚାଲିଲେ ତୁମ ଆଡକୁ,
 ଅନୁରାଗର ଗୀତ ଗାଇ ଗାଇ

ସେମାନେ ରହିଲେନି ସିନା ମୋ କବଳରେ,
ତୁମେ କିନ୍ତୁ ବଡ ଚତୁରତାର ସହ,
ଲଗାମ କଷି ରଖି ଦେଲ,
ନିଜ ମନର ଅସ୍ତାବଲରେ

ମୋ କପାଟ ଆଜି  ଉନ୍ମୁକ୍ତ,
ମୋ ଅସ୍ତାବଲ ଆଜି ଶୂନ୍ୟ,
ଆଉ ତୁମ ଘୋଡା ମାନେ
ଏବେ ବି ଏଠି ପ୍ରତୀକ୍ଷିତ  


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...