Saturday 11 August 2018

ତୋ ପଦେ ଥାଉ ନେତ୍ର ମୋର

ଭକତ ହୃଦୟ ହାର,
ଭକତ ଯା ହୃଦ ହାର,
ସକଳ ପ୍ରାଣ ଆଧାର,
ହେ କେଶବ ପ୍ରଭୁ ମୋର ।
ଏତିକି କରୁଣା କର,
ଏ ନିଉନ ଦାସେ ତୋର।

ତୋହ ପବିତ୍ର ପୟର,
ପରେ ରହୁ ନେତ୍ର ମୋର,
ଧ୍ୟାନମଗ୍ନ ,ଧୀର, ସ୍ଥିର,
ଶ୍ରଦ୍ଧାପୂର୍ଣ ନିରନ୍ତର ।

ଆସୁ  ଦୁଃଖ ବାରମ୍ବାର,
ପଡୁ ଶୋକର ଅନ୍ଧାର, 
ନ ଟଳୁ ଭକ୍ତ ତୋହର,
ନ ଭୁଲେ ମୁଁ ପଥ ଭକ୍ତିର ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...