Tuesday 7 August 2018

କୃଷ୍ଣ କଥା

କୃଷ୍ଣ କଥା ଆନନ୍ଦ ଅନନୁମେୟ,
ଭକ୍ତ ମନ ହଂସକୁ ମୃଣାଳ ପ୍ରାୟ ।

ଧୀର ଧାରଣକୁ ମଧୁର ପାୟସ,
ମୁଢ ଚାରଣକୁ କଟୁଯୁକ୍ତ ବାଂଶ ।

ସ୍ଵାର୍ଥୀ, ଛଳି, ଛିଦ୍ରାନ୍ଵେଷୀଙ୍କୁ ସେ ବିଷ,
ନିର୍ମଳ ଚିତ୍ତକୁ ଅମିତ ପିୟୁଷ ।

ବିଷୟାବଶକୁ ଆକାଶ କୁସୁମ, 
ସନ୍ୟାସୀ ମନ ପାଇଁ ପରମ ଧାମ ।

ଯୁବା ଚିନ୍ତାକୁ ଅଗମ୍ୟ ଗିରି ଶୃଙ୍ଗ,
ଅସୀମ ନଭ ସେ ମୋ ମନ ବିହଙ୍ଗ ।

ଯେ ପକ୍ଷୀ ସେ ନଭେ ଉଡେ ଯେତେ ଦୂରେ,
ସେ ତାର ତେତେ କଳନା କରି ପାରେ ।


1 comment:

  1. ଖୁବ୍ ଭଲ ଲାଗିଲା, ସୁନ୍ଦର୍ ଉପସ୍ଥାପନା,,,,

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...