Thursday 2 August 2018

ନୀଳାଦ୍ରିବିଜେ ୧

ଅନନ୍ତ କୋଟି  ବ୍ରହ୍ମାଣ୍ଡ କରତା,
ଅଭିନ୍ନ ଆତ୍ମା ସାଥି ଯା'ର ଲୋକମାତା ।

ଅଦ୍ଭୁତ ଅସିମ ତାଙ୍କ ଲୀଳା କଥା,
ଅତ୍ୟଳ୍ପ ଜ୍ଞାନରେ କରୁଛି ଭଣିତା ।

ଅନ୍ତ ହେଲା ଗୁଣ୍ଡିଚା ଗୃହ ପ୍ରବାସ,
ଅନନ୍ତ ଫେରିଲେ ଚଢି ନନ୍ଦିଘୋଷ ।

ଅତି ଆତୁର ଆଜି କମଳାପତି,
ଅପେକ୍ଷା ଘରଣୀ ତାଙ୍କୁ କରି ଅଛନ୍ତି ।

ଅନ୍ତରେ ଭୟଯୁକ୍ତ  ସ୍ନେହ ପ୍ରଭୂତ,
ଅଚିରେ ସିଂହଦ୍ଵାରେ ହେଲେ ଆଗତ ।

ଆଜ୍ଞାମାଳ ଅଗ୍ରତେ ପଠାଇଛନ୍ତି,
ଆଗହୁଁ ଉଲ୍ଲସିତ ଲକ୍ଷ୍ମୀ ଅଛନ୍ତି ।

ଆଜି ପୁରିବ ଲକ୍ଷ୍ମୀ ମନର ସାଧ୍ୟ,
ଆସିବେ ଶ୍ରୀମନ୍ଦିରେ ତାଙ୍କ ଆରାଧ୍ୟ ।

ଆଗତ ପତି ଦେଖି ସାଗର ସୂତା,
ଆଡ କରି ଛେକିଲେ ପ୍ରଭୁଙ୍କ ରାସ୍ତା ।

ଆଡ ନୟନେ ପରସ୍ପର ଦେଖିଲେ,
ଆଣ୍ଟ ଅନ୍ନଦା କିନ୍ତୁ  ଊଣା ନ କଲେ ।

ଆସନ୍ନ ଦ୍ଵନ୍ଦ ଭାବି ହୋଇ ଶଙ୍କିତ,
ଆପ୍ରାଣୀ ପ୍ରକୃତି ହେଲା ସ୍ତମ୍ବିଭୂତ ।

ଆକୁଳ ହୋଇ ବିଦଗ୍ଧ ଭକ୍ତଗଣ,
ଅକୁତିରେ ଧ୍ୟାୟିଲେ ଶ୍ରୀ ନାରାୟଣ ।କ୍ରମଶଃ..

ଦ୍ରଷ୍ଟବ୍ୟ.. ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନ୍ତରେ ଶ୍ରୀମନ୍ଦିର ପ୍ରବେଶ, ଲକ୍ଷ୍ମୀ-ନାରାୟଣଙ୍କ କଳହ ଏକ କବିତାରେ ଲେଖିବା ସମ୍ଭବ ନୁହେଁ ।ତେଣୁ କିଛି ଛୋଟ ଛୋଟ ଖଣ୍ଡରେ ଲେଖିଲି ।ଦୋଷାଦୋଷ ପାଇଁ ପ୍ରଭୁ-ମା ଏବଂ ଜ୍ଞାନୀ ପାଠକଙ୍କ ଠାରୁ କ୍ଷମା ଯାଚନା କରୁଛି ।

1 comment:

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...