Tuesday 28 August 2018

ପ୍ରବୃତ୍ତି ଓ ନିବୃତ୍ତି

ଜାଣେ ମୁହିଁ ଧର୍ମ, ଧର୍ମର ବ୍ୟାଖ୍ୟାନ,
ପ୍ରବୃତ୍ତି ନାହିଁ ମୋ, ମୁଁ ଯେ ଦୁର୍ଯୋଧନ ।
ଜ୍ଞାତ ଅଧର୍ମର ପଙ୍କିଳ ସେ ପଥ,
ନିବୃତ୍ତି ନାହିଁ ମୋ ଚରିତ୍ର ଏମନ୍ତ ।

ଜାଣିଛି ଅଧର୍ମ କର୍ମର ସରିଣୀ,
ପ୍ରବୃତ୍ତି ନାହିଁ ମୋ, ମୁଁ ବୀର ଫାଲ୍-ଗୁନୀ।
ଜାଣିଛି ଧର୍ମର କଠୋର ନିୟମ,
ନିବୃତ୍ତି ନାହିଁ ସେ ମୋ ଜୀବନ କର୍ମ ।

ମାର୍ଗର ପ୍ରଭେଦ, ଆଚାର ପାର୍ଥକ୍ୟ,
ସମ ଜ୍ଞାନେ ଭିନ୍ନ ପଥ ପ୍ରଦର୍ଶକ ।
ଶକୁନି ସହାୟ ମାନଗୋବିନ୍ଦର,
ଅର୍ଜୁନ ଆଶ୍ରୟ ସଖା ଗୋବିନ୍ଦର । 

ସତ୍ୟ, ଶୁଚି, ତପ, ଦୟା ଧର୍ମର ଚରଣ,
ଏଥୁ କ୍ଷାନ୍ତ ହେବା ଅଧର୍ମୀ ଜୀବନ,
ପ୍ରବୃତ୍ତି ନାହିଁ ଯା ସେ ଯେ ଦୁର୍ଯୋଧନ,
ନିବୃତ୍ତି ନାହିଁ ଯା ତା ନାମ ଅର୍ଜୁନ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...