Tuesday 21 August 2018

ଆହେ ଭାବଗ୍ରାହୀ

ଆହେ ଭାବଗ୍ରାହୀ, ଆହେ ଭାବଗ୍ରାହୀ,
କୁହ ମୋ ଠାରେ ବିରାଗ କାହିଁ ପାଇଁ,
ଆହେ ଭାବଗ୍ରାହୀ ।

ଡାକି ଡାକି ଗଳା ଶୁଖି ମୋ ଗଲାଣି,
କାନ୍ଦି କାନ୍ଦି ଚକ୍ଷୁ ନାଲି ପଡିଲାଣି,
ସେ ଆଡକୁ ତୁମ ହେଜ  ନାହିଁ,
କୁହ କାହିଁ ପାଇଁ, ଆହେ ଭାବଗ୍ରାହୀ ।

ଦିନ ଗଡି ସଞ୍ଜ ମାଡି ଆସିଲାଣି,
ଜୀବନଦୀପ ମୋ ନିଷ୍ପ୍ରଭ ହେଲାଣି,
ତୁମ କୃପାଲୋକ ହେଉନାହିଁ,
କୁହ କାହିଁ ପାଇଁ, ଆହେ ଭାବଗ୍ରାହୀ ।

କି ଦେଇ ପୂଜିଲେ ସନ୍ତୁଷ୍ଟ ହୋଇବ,
କେମିତି ଡାକିଲେ ଡାକ ମୋ ଶୁଣିବ,
ମୋ କାନରେ ବାରେ ଦିଅ କହି,
ଆହେ ଭାବଗ୍ରାହୀ, ଆହେ ଭାବଗ୍ରାହୀ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...