Monday 6 August 2018

ବର୍ଷା

ଝିପି ଝିପି ମେଘ ଝରେ,
ସାଥି ମୋର ଘରୁ ତୁ ବାହାର,
ଭିଜି ଯିବ ଦେହ ତୁମ,
ସେ କଥା କୁ ଟିକେ ବି ନ ଡର । 

ଦେଖ ଆସି ମାଟି ଗନ୍ଧ,
ଦେଇଛି ଯା ବର୍ଷାରାଣୀ ଭେଟି,
ଭରି ନିଅ କାନି ପାତି,
ଫୁଲ ଯା ମୁଁ ରଖିଛି ସାଉଣ୍ଟି ।

ମୋ ମନ ମୟୁର ଏଠି,
ତୁମ ମନ ମୟୂରୀକୁ ଚାହିଁ,
ନାଚି ନାଚି ଥକିଲାଣି,
କୁହ ତୁମେ ଆସିବ କି ନାହିଁ ।

ଫର୍ଚା ହେବ ବିହାୟସ,
ମେଘ ସବୁ ଭାସି ଚାଲିଯିବ,
ହଜିଯିବ ମାଟି ଗନ୍ଧ,
ତୁମେ କିବା ତା ପରେ ଆସିବ?

1 comment:

  1. ଖୁବ୍ ସୁନ୍ଦର ବର୍ଷା ର କବିତା,,,,

    ReplyDelete

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...