Sunday 19 August 2018

ନୀଳାଦ୍ରିବିଜେ ୪

"କରତା, କାର୍ଯ୍ୟ କାରଣ ହେ ଗୋବିନ୍ଦ,
କେଉଁ ପ୍ରୟୋଜନେ କାର୍ଯ୍ୟ କଲ ମନ୍ଦ ?

କି କହିବ ଜଗତ ନ କଲ  ହେଜ,
 କାଳକୁ ଅର୍ଜିଲ ଅପଯଶ ଆଜ।

କରି ରୀତି ନୀତି ପ୍ରତି ବେଖାତିର
କର୍ତା ଘରର ଯେ ରହେ ପର ପୁର।

କବାଟ ତା ପାଇଁ ନ ଖୋଲଇ କେବେ
କେଉଁଠୁଁ ଆସିଲ ଫେରି ଯାଅ ଏବେ।"

"କଥା ନାକରା କହିଲ ହେ କମଳା,
କାହିଁ ରସନା ତୁମ ଅସଂଯତ ହେଲା ?

କଳି କି ଦେବଭାବକୁ ପ୍ରଭାବିଲା,
କୋକିଳ କଣ୍ଠ କାହିଁ କର୍କଶ ହେଲା ?

କଟୁ ବଚନ ଏତେ କହି ଯେ ଗଲ,
କଚ୍ଛପ, ମତ୍ସ୍ୟ ଭ୍ରାତାଙ୍କଠୁଁ ଶିଖିଲ ।

କ୍ଷୀରାବ୍ଧିତନୟା ଏ କି କାରବାର,
କ୍ଷୟ ନୋହିବ ଏଥୁ ଯଶ ତୁମ୍ଭର ?

ଖିଆଲ ନ ରଖିଲ ଦେଢଶୁରର,
ଖେଦ ନ କଲ ନଣନ୍ଦକୁ ରୋକିବାର ।

ଖାରି ସାଗର ଜଳ ଅପେୟ ଜାଣ
ଖଟା କଟୁ ବଚନ ଅଗ୍ରାହ୍ୟ ମାନ ।

ଖରଗମନା ତୁମେ ପରା ପରମା,
ଖ୍ୟାତି ତୁମର ଅସୀମ ହେ ରମା ।

ଖଣ୍ଡି ଖିନ୍ନତା ପଥ ଦିଅ ସତ୍ଵର,
ଖାତର କରି ସୁସ୍ଥ ଲୋକାଚାରର। "

ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ୧,୨,୩ ଅ ଆଦ୍ୟ ଅକ୍ଷରରୁ କ ଆଦ୍ୟ ଅକ୍ଷର ପର୍ଯ୍ୟନ୍ତ ଯାଇଥିଲା । ନୀଳାଦ୍ରିବିଜେ୪ ଖ ଆଦ୍ୟ ଅକ୍ଷରରେ ସମାପ୍ତ କଲି । ତ୍ରୁଟି ଗୁଡିକ ଜଣାଇ ଦେଲେ ଉପକୃତ ହେବି ।
ଲକ୍ଷ୍ମୀ ନାରାୟଣଙ୍କ ବିଷୟକୁ ଅଧିକ ମାନବୀୟ କରିବା ମୋର କାମ୍ୟ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...