Friday 17 August 2018

ଜାଣିଛି କାହ୍ନା

ଜାଣିଛି କାହ୍ନା ମୁଁ ତୋହର ଯାହା ପୀରତି ରୀତି,
ପୀଡା ଦେଇ ବାନ୍ଧି ରଖୁ ତୁ ସଦା  ଭକତ ମତି ।

ସେ ପୀଡା ସେ ରୀତି ପ୍ରଭୁହେ ମୋହର ବଡ ପ୍ରିୟ,
ରଖେ ଯେ ତୋ ଛନ୍ଦା ଚରଣେ  ଦାସର ମନ ଥୟ ।

ବଡ ପବିତ୍ର ସେ କଷଣ ଯେ ତୋ ପ୍ରୀତିରେ ବନ୍ଧା,
ବଡ ଭାଗ୍ୟଶାଳୀ ସେ ମନ ଯେ ତୋ ଚରଣେ ଛନ୍ଦା ।

ଶତ ନରକର ଯାତନା ଯେ ଶରଣରୁ ତୁଚ୍ଛ,
ସହସ୍ର ପାର୍ଥିବ ଆନନ୍ଦ ସେହି ସ୍ଵର୍ଗରୁ ପଛ ।

ଆକର୍ଷୀ ରଖିବୁ ମୋ ଚିତ୍ତ ଏହି ମିନତୀ ହରି,
ତୋ ପବିତ୍ର କୃଷ୍ଣ ନାମକୁ ତୁହି ସାର୍ଥକ କରି ।

କାନ୍ଦିଲେ କାନ୍ଦିବି ପଛେ ମୁଁ ହରି  ଯାବଜ୍ଜୀବନ
ତୋ ପ୍ରୀତିରେ ପଡିରହିବି ପ୍ରଭୁ ତୋର ଚରଣ।

କାନ୍ଦୁଥିବି ପଡିଥିବି ମୁଁ ତୋର ପୟର ଧରି,
ସେହି ବେଳେ ଏ ଦେହୁ ମୋ ପ୍ରାଣ ଯିବ ଅପସରି ।






No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...