Tuesday 28 August 2018

ତୋ ନୀଳକଇଁ

କୋଉଠି ଲୁଚିଛୁ କହ ଜହ୍ନ,
ରହିଛି ମୁଁ ତୋ ସରିଣୀ ଚାହିଁ,
ସ୍ନିଗ୍ଧା, ପ୍ରୀତିଦଗ୍ଧା, ଲୁହଧୌତ,
ନିରିମାଖୀ ମୁଁ ତୋ ନୀଳକଇଁ।

କହିଥିଲୁ ତୁ ଆସିବୁ ନଭେ,
ବିଭାବରୀ ଉପସ୍ଥିତି ପରେ,
ଭୁଲିଲୁ କେମିତି ସେ କଥା,
ମୋ ବ୍ୟଥା ଏଡେ ସହଜରେ।

କେତେ ବା ବାକି ମୋ ପ୍ରାଣ,
ମୋ ଜୀବନ ଏ ଧରା ବକ୍ଷରେ,
ଝଡିଯିବି ଅସମୟେ ଅନାୟାସେ,
ଝୁରି ଝୁରି ମୁଁ ତୋ ବିରହରେ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...