Thursday 1 February 2018

ଜୀବନ

ତୁମେ କୁହ ବନ୍ଧୁ ତୁମ ହିସାବରେ ମଣିଷ ଜୀବନ କିସ,
ମୋ ହିସାବରେ ଝୋଙ୍କାଏ ପବନ ଯାହାକୁ କୁହ ନିଶ୍ଵାସ ।

ଶରୀର ଭିତରେ ଯେ ପର୍ଯ୍ୟନ୍ତ ଅଛି ଯେତେ ସବୁ ମାନ, ଗର୍ବ,
ବାହାର ହୋଇଲେ ଜୀବ ହେଲା ଶବ ନିଜର ହେଲା ଅଛବ ।

ଢେଲା ଟିଏ ତୁମ ସାଙ୍ଗରେ ଯିବ ନି, ଭୁଲ ଧନ ଓ ସମ୍ପଦ,
ଦୁଇ ଦିନ କାନ୍ଦି କୁଟୁମ୍ବ ଭୁଲିବେ ନହିଁ ଆର ଅପବାଦ ।

କରି ଚାଲ କର୍ମ, ସଂସାର ଧରମ ମନେ ଧରି ହରି ନାମ,
ସେଇ ହରି ନାମ ସଙ୍ଗତରେ ଯିବ, ଯିବ ତୁମ ସତ କର୍ମ ।

ପଡି ରହି ଯିବ ଥାଟ ବାଟ ତୁମ, ପଦ, ସମ୍ପଦର ଢେର,
ବେଳ ଥାଉଁ ଥାଉଁ ଅଣ୍ଟା ଭିଡି ଦିଅ, ନ କର ଆଉ ଉଛୁର।
                                                  ଜୟ ଶ୍ରୀକୃଷ୍ଣ


2 comments:

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...