Sunday 4 February 2018

ମନ

ମନର ବଶେ ଏ ଜଗତ,
                ପ୍ରାଣୀଏ ମନର ଆୟତ୍ତ।
ଇନ୍ଦ୍ରିୟ ଅଧୀନରେ ମନ,
                 କରେ ସକଳ କର୍ମ ମାନ ।
କର୍ମ ବଳରେ ଫଳ ପ୍ରାପ୍ତି,
                ଫଳେ ପ୍ରପାତ ସୁଖ ଶାନ୍ତି ।
ଜଗନ୍ନାଥଙ୍କୁ ଦେଇ ଚିତ୍ତ,
                   ମନ କୁ ରଖ ଶୁଦ୍ଧ ପୂତ ।
ଇନ୍ଦ୍ରିୟ ରହିବେ ଅୟତ୍ତେ,
               କର୍ମ କରିବେ ପୂଣ୍ୟ ମତେ ।
ଜନମ ହୋଇବ ସଫଳ
                 ପ୍ରସନ୍ନ ହେଲେ ଆଦିମୂଳ ।
ଦୟା ବହିବେ ଜଗନ୍ନାଥ,
                  ଖୁସିରେ ଯିବ ଦିବା ରାତ୍ର ।




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...