Saturday 17 February 2018

ବହୁଦୂରେ ପ୍ରିୟତମା

ବସନ୍ତ ପବନ ବହିଲେ ଧୀରେ,
ପ୍ରୀତିର ପରଶ ଲାଗେ ହୃଦରେ।

କର୍ଣେ ବାଜୁଥାଏ କୋକିଳ ଗୀତ,
କିପରି ଅଛି ମୋ ପରାଣମିତ ।

କେଉଁ ପର ଦେଶେ ରହିଛି ଯାଇଁ,
ମନ ମୋ ଅଝଟ ସଦା ତା ପାଇଁ।

ହୋଇ ଯାନ୍ତି ଯଦି ମୁଁ ଏକ ପକ୍ଷୀ,
ଏଇ ମୁହୁର୍ତେ ତାକୁ ଆସନ୍ତି ଦେଖି।

ପୁବେଇ ପବନ ମୁଁ ଏ ବେଳେ ହୋଇ,
ପ୍ରିୟାର ପଣତ କୁ ଆସନ୍ତି ଛୁଇଁ ।

କଳା ହାଣ୍ଡିଆ ମେଘ ହୋଇ ମୁଁ ଯାନ୍ତି,
ପ୍ରିୟତମାକୁ ମୋର ଭିଜାଇ ଦ୍ୟନ୍ତି।

ଗୋଲାପଟିଏ ଯେବେ ହୋଇ ମୁଁ ଥାନ୍ତି,
ପ୍ରିୟାର କବରୀରେ ଶୋଭା ପାଆନ୍ତି ।

ହୋଇ ଥାନ୍ତି ଯେବେ ମୁଁ ଏକ ଶାଢୀ,
ଧରି ରଖନ୍ତି ତାକୁ ସଦା ମୁଁ  ଭିଡି ।

ମୁଁ ଯେବେ ହୋଇ ଯାନ୍ତି ଏକ ପଲଙ୍କ,
କୋଳେ ଧରନ୍ତି ତାକୁ ମୁଁ ରାତି ଯାକ ।

ନାୟିକା ପ୍ରିୟତମା ମୋ ପାଶେ ନାହିଁ,
ଏତେ ସପନ ପାଇଁ ରାତି ବା କାହିଁ?

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...