Thursday 13 September 2018

ସ୍ନେହ ତୋର ବଡ ଛନ୍ଦା

ସ୍ନେହ ତୋର ବଡ ଛନ୍ଦା,
ହେ ଗୋବିନ୍ଦା,
ସ୍ନେହ ତୋର ବଡ ଛନ୍ଦା,
ଏତେ ଭଲପାଇ ବୁଝି ପାରିଲିନି,
ତୋ ଲୀଳା ଗୋଲକଧନ୍ଦା,
ହେ ଗୋବିନ୍ଦା,
ସ୍ନେହ ତୋର ବଡ ଛନ୍ଦା ।

ଭରସି ତୋର ଚରଣ,
ନାରାୟଣ,
ଭରସି ତୋର ଚରଣ,
ସମର୍ପି ଦେଲି ମୁଁ ମୋ ମନ ଜୀବନ,
କଟିଲାନି ମାୟା ଫନ୍ଦା,
ହେ ଗୋବିନ୍ଦା,
ସ୍ନେହ ତୋର ବଡ ଛନ୍ଦା।

ଭକତିର ପଥ ସାଧି, 
ଦୟାନିଧି ,
ଭକତିର ପଥ ସାଧି, 
କଷ୍ଟ ଅପ୍ରମିତ ସହି ମୁଁ ଚାଲିଲି,
ଦୁନିଆ ଖୋଲିଲା ଖନ୍ଦା,
ହେ ଗୋବିନ୍ଦା,
ସ୍ନେହ ତୋର ବଡ ଛନ୍ଦା ।

ବଡ ବିଶାଳ ତୋ ଚିତ୍ତ,
ଜଗନ୍ନାଥ,
ବଡ ବିଶାଳ ତୋ ଚିତ୍ତ,
ସହିଛି ସହିବି ସବୁ କଷଣ ମୁଁ,
ମୋ ମନ ତୋ ଠାରେ ବନ୍ଧା,
ହେ ଗୋବିନ୍ଦା,
ସ୍ନେହ ତୋର ବଡ ଛନ୍ଦା ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...