Sunday 2 September 2018

କର ଧରାଧାମେ ଅବତରଣ

କର ଧରାଧାମେ ଅବତରଣ,
ହେ କୃଷ୍ଣ, କରତା, କାର୍ଯ୍ୟ, କାରଣ।

ଦେଖ କଦମ୍ବ ଫୁଟିଛି ଯମୁନା କୂଳେ,
ବୃନ୍ଦାବନ ପଥ ଚାହିଁଛି ଅକୁଳେ ।

ଗୋକୂଳ ବଂଶୀ ଶୁଣିବାକୁ ଉଚ୍ଛନ୍ନ,
ବିଦଗ୍ଧ ପ୍ରଭୂତ ଆଜି ଭକ୍ତଙ୍କ ମନ ।

ରାସ ବିନୋଦିନୀ ଗୋପୀମାନେ,
ସର୍ବେ ଗୋପରେ ଅଛନ୍ତି ପ୍ରଚ୍ଛନ୍ନେ ।

ଅସୁରକୁଳ କଥା କିବା କହିବା,
ହରି ତୁମକୁ ଅଗୋଚର କି ଅବା ।

ତୁଛ ଦାସ ତୋଠାରେ କରିଛି ଆଶ,
 କୃଷ୍ଣରୂପେ କଳି କରିବୁ ବିନାଶ ।

ରଖିଛି ସ୍ନେହ ନବନୀତ ସାଇତି,
ମୋ ହୃଦ ଘଟେ ହେ କମଳାପତି ।

ଦେବି ଲୁହ ପାତ୍ରେ ବାଢି ତୁମ ପାଇଁ,
ନ କରି ଉଛୁର ବିରାଜ ଗୋସାଇଁ ।

ଭକ୍ତି ପୁଷ୍ପ ଦେଇ ପୂଜିବି ତୋ ପଦ,
ଦୟାବହି ବୁଝ ତୁମ ଦାସର ହୃଦ।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...