Tuesday 18 September 2018

ମୋ ଚିତ୍ତବୃତ୍ତି

ନିଅ ନିଜ ଅଧିକାରକୁ ମୋ ଚିତ୍ତବୃତ୍ତି,
ହେ କୃଷ୍ଣ ଆକର୍ଷକ ମୋହନ ମୂର୍ତି।

ନ ଥାଉ "ମୁଁ" ମୋଠାରେ ରହିଥାଅ ତୁମେ,
ନିତ୍ୟ ଅନିତ୍ୟର ମନେ, ମର୍ମେ କର୍ମେ।

ଅଚିନ୍ତ୍ୟର ଚିନ୍ତାରେ ଚାଲୁଥାଉ ଜୀବନ,
କର୍ମ କାରିଚାଲେ ମୁଁ ରଖି ତୋର ମନ।

ଝରିଚାଲୁ ଲୋତକ କିନ୍ତୁ କେବଳ ତୋ ପାଇଁ,
ତୋ ସ୍ନିଗ୍ଧ ସୁନ୍ଦର ମୁଖକୁ ଅନାଇ ଅନାଇ।

ଯେ ତୋର ତାର ବା କି ଡର, କି ଫିକର,
ଯୋଉଠି ତୁ, ସେଠି ସବୁ ଉଜ୍ଵଳ, ପରିଷ୍କାର।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...