Thursday 27 September 2018

ଶୁଦ୍ଧଭକ୍ତି

ଛନ୍ଦା ମୁଁ ତୋ ଚରଣେ,
ତୋ ପ୍ରୀତିର ବନ୍ଧନେ,
ହେ ପ୍ରଭୁ ଭକ୍ତ ବତ୍ସଳ।
ଶୁଣି ମୋର ଅରଜ,
ବଢାଇ ବେନି ଭୁଜ,
ତୋଳି ନିଅ ହେ ଗୋପାଳ।

ତୋ ସ୍ନେହେ ହୋଇ ଭୋଳ
ଛିଡୁ ମାୟା ଶୃଙ୍ଖଳ,
ଆତ୍ମାରେ ନ ରହୁ ଦୋଷ।
ରମୁଁ ସଦା ମୋ ଚିତ୍ତ ,
ତୋ ଲୀଳା ଧ୍ୟାନ ପଥ,
ହରି ମୋ ସର୍ବ କଳ୍ମଷ।

ମନେ ନାହିଁ ମୋ ଭୋକ,
ଭୋଗିବି ଭବ ସୁଖ,
ତୁମ ସ୍ନେହରେ ମୋ ମନ।
ସ୍ଵର୍ଗ ନୁହେଁ ମୋ ଲକ୍ଷ୍ୟ
ଲୋଡା ନାହିଁ ମୋ ମୋକ୍ଷ
ତୋ ପଦ ସେବୁ ଏ ପ୍ରାଣ। 

ଦ୍ରଷ୍ଟବ୍ୟ.. ଶୁଦ୍ଧଭକ୍ତ ମୋକ୍ଷ ଚାହେଁ ନା, ସ୍ଵର୍ଗ ସୁଖ ବା ଭବ ସୁଖ ମାଗେ ନା, ତାର ପ୍ରଭୁ ପଦ ସେବା କରିବା ସୁଯୋଗ ଅର୍ଥାତ ପରମଭକ୍ତପଦରେ ଆଶା ଥାଏ। 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...