Thursday 13 September 2018

ଗଣପତି

ଶୈଳରାଜତନୟାସୁତ ହେ ଗଣପତି,
ନମଇ ତୋ ଚରଣେ ଅଧମ ମତି।

ମାୟାବାଧା ଯେତେକ ମୋ ଶ୍ରଦ୍ଧା ପଥେ,
ବିଧ୍ନବିନାଶକ ହେ ଦୂର କର ତୁରିତେ।

ଆଦ୍ୟପୂଜନ ଯୋଗ୍ୟ  ବୁଦ୍ଧିସାଗର,
ମିଛ, କପଟୁ ରହୁ ମୋ ବୁଦ୍ଧି ଦୂର।

ମୁଷକବାହନ ହେ ଅମିତକାନ୍ତି ବପୁଃ,
ମନେ ମୋ ନ ଆସୁ କ୍ରୋଧାଦି ଷଡରିପୁ।

ସିନ୍ଦୂରଶୋଭାନ୍ଵିତ ଗଜ ମସ୍ତକ,
ଚରଣେ ରଖ ମୋତେ ଜୀବନଯାକ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...