Saturday 29 September 2018

ଆଲୋକବର୍ତିକା

ତୁମେ ମୋ ଅମାଗ୍ରସ୍ତ ଦୁନିଆରେ ଆସ,
ଗୋଟିଏ କୃଷ୍ଣ ପ୍ରେରିତ ଆଲୋକବର୍ତିକା ହୋଇ,
ମୋ ଚେତନାର ପ୍ରଦୀପ ହୁଏ ପ୍ରଦୀପ୍ତ,
ମୋ ସୁପ୍ତ ଅନ୍ତରାତ୍ମା ହୁଏ ଜାଗ୍ରତ,
ପ୍ରଜ୍ଵଳିତ ହୋଇ ମୁଁ ଧନ୍ୟ ହୋଇଯାଏ,
ନଗଣ୍ୟ ମୋର ଚିତ୍ତ ଅନନ୍ୟ ହୋଇଯାଏ,
କୃଷ୍ଣଭାବଧାରାର ଅବହେଳିତ ଦୀପଟି ଶିଖା ନିଏ,
ଅନାମାଧେୟ ନଦୀଟି ଗଙ୍ଗା ପାଲଟି ଯାଏ।

ବିଗଳିତ ହୋଇ ମୁଁ ବହିଚାଲେ,
ବିହ୍ଵଳିତ ହୋଇ ମୁଁ ଗାଇଚାଲେ,
ସେଇ ପ୍ରେରଣକାରୀ ଜଗଦୀଶଙ୍କର ଗୀତି,
ତୁମ ଆଲୋକବର୍ତିକାର ପ୍ରଭାପୁର୍ଣ ମହତୀ।

ସତରେ,କୃଷ୍ଣାଭାବନାଭାବିତ ହେବାର ଆନନ୍ଦ ଅତୁଲ୍ୟ,
ତତ ସହ  ତୁମ ଆବର୍ତନର ଘଟଣା ମଧ୍ୟ ଅମୂଲ୍ୟ।

ପ୍ରକୃତିର ପ୍ରବର୍ତନରେ ହୁଏତ ପରିବର୍ତିତ ହୋଇଯିବ ତୁମ ମନ
ଅବର୍ତମାନ ସମୟ ସହ ତୁମେ ହୁଏତ ଦିନେ ହେବ ନିବୃତମାନ,
କିନ୍ତୁ  ତୁମ ପ୍ରଦତ୍ତ ସେ ଉପକାରଟିକୁ ମୁଁ କେବେ ଭୁଲିବିନି,
ତୁମ ପ୍ରଦର୍ଶିତ ସେ ବହୁମୂଲ୍ୟ କୃଷ୍ଣ ପ୍ରେମପଥରୁ ମୁଁ ଆଉ ହୁଡିବିନି।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...