Thursday 20 September 2018

ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ

ପରମ ପବିତ୍ର ଧାମ ମାନଙ୍କରେ,
ମୁଖ୍ୟ ନୀଳାଚଳ ଧାମ,
ପତିତ ଉଦ୍ଧାର ମହତ ଉଦ୍ଦେଶ୍ୟେ,
ଆବିର୍ଭୂତ ତ୍ରିବିକ୍ରମ।

ଭୁବନ ଯାକର ମନ୍ଦିର ଭିତରେ,
ବଡ ତୋ ବଡ ଦେଉଳ,
ମୁଣ୍ଡ ନୁଆଁଇଛି ମୁଁ ଏକ ପତିତ,
ରଖ ପ୍ରଭୁ ଆଦିମୂଳ।

ଜଗତ ସାରାର ଠାକୁର ଭିତରେ,
ଶ୍ରେଷ୍ଠ ତୁମେ ଜଗନ୍ନାଥ,
ବଡ ଶରଧାରେ ମହତ ପାଖରେ,
ପତାଇଛି ମୋର ହାତ।

ପ୍ରଦୀପ୍ତ କର ହେ ମୋ ଜ୍ଞାନ ଭଣ୍ଡାର,
ବ୍ୟକ୍ତି ମୁଁ ବିପଥଗାମୀ,
ଉଦୀପ୍ତ କର ଅନନ୍ତ ଭକ୍ତି ଶିଖା,
ଆହେ ପ୍ରଭୁ ଅନ୍ତର୍ଯ୍ୟାମୀ।




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...