Sunday 16 September 2018

ରାଧା-କୃଷ୍ଣ

               ଶ୍ରୀରାଧା
"ହାଣି ବାଙ୍କ ଚାହାଣି ନ ଦେଖ ମୁରାରୀ,
ତୁମ ପ୍ରେମରେ ମୁଁ ପରା ଗଲିଣି ସରି।

ଭୁଲିଲି ଲୋକ ଲାଜ ଆସିଲି ଯମୁନା,
କରି ଘରେ ଯେତେ ଯାହା ମିଛ ବାହାନା।

ଗୋପରେ ବାଜିଲା ଆଜି ନିନ୍ଦା ନାଗରା
ନ କହିଲା ଲୋକେ କରୁଛନ୍ତି ଟାପରା।

ଚାଲି ନ ପାରେ ପଥ ନଇଁ ଯାଏ ମଥା,
ତୁଛାଟାରେ ଥୋକେ ଭବୁଛନ୍ତି ଅନ୍ୟଥା।

ଆଉ ନ ଆସିବି ଏବେ ଦିଅ ମେଲାଣି,
ରବି ବୁଡିଲେ ଦେଖ ଦିନାନ୍ତ ହେଲାଣି ।"

                 ଶ୍ରୀକୃଷ୍ଣ 
"ନ ଆସିବା କଥା ରାଧେ ଧରନା ମନେ,
ତୁମ ବିନୁ ଏ କୃଷ୍ଣ ନ ଥିବ ଜୀବନେ।

ରବି କି ରହେ କାହିଁ ବିହାୟସ ଛାଡି, 
ଜୀବିତ କି ରହେ ତରୁ ଗଲେ ଉପୁଡି।

ଜଳ ବିହୁନେ ଯେମନ୍ତ ମତ୍ସ୍ୟର ଗତି,
ରାଧା ବିଜୁକ୍ତେ କୃଷ୍ଣ ସ୍ଥିତି ସେହି ମିତି।

ଯେବେ ନ ଫେରିବାକୁ ହେ କରିଛ ସ୍ଥିର,
ମାନ ମାନମୟୀହେ ମୋର ଶେଷ ଗିର।

ଯମୁନାରେ ମୋତେ ବିସର୍ଜି ଯାଅ ଚାଲି,
ଥିଲି ଧରାରେ ବୋଲି ଯିବ ତୁମେ ଭୁଲି ।

ନ ଥିବ ନିନ୍ଦା ଆଉ ଅପମାନ ଡର,
ଖୁସିରେ ଗୋପେ ତୁମେ କରିବ ସଂସାର।"
                 ଶ୍ରୀରାଧା
 "ବଡ କଥା କହିଲ ହେ ମୁରଲୀଧର,
ଜାଣିଲନି ମନ ତୁମେ ତୁମ ରାଧାର।

ପାରିବିନି ପ୍ରିୟ ହେ ଏଡେ କଥା ଶୁଣି,
କାଲି ଆସିବି କଥା ଦେଲି ଯାଉଛି ଉଛୁଣି ।"

ରାଧାକୃଷ୍ଣ, କୃଷ୍ଣରାଧା ଶାଶ୍ଵତ ସାଥି,
ଏକୁ ଆନ ଅଭିନ୍ନ ଅକଲ୍ପ୍ୟ ସେ ସ୍ଥିତି । 




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...