Sunday 9 September 2018

ଭବ କାରାଗାର

ଦୁଃଖ  ପ୍ରଭୂତ, ସ୍ଵାଚ୍ଛନ୍ଦ୍ୟ ସୀମିତ,
ଶାସ୍ତି ଏ ଭବ କାରାଗାର।
ପୀଡା ରହିତ, ଖୁସି ଅପ୍ରମିତ,
କୃଷ୍ଣ ପ୍ରେମର ପାରାବାର।

ପ୍ରଭୁଙ୍କ ସଦିଛା  ଆତ୍ମା ସକଳେ
ରହନ୍ତୁ ତାଙ୍କ ସାନିଧ୍ୟରେ।
ଆତ୍ମାକୁ ପଠାଇ ଦ୍ୟନ୍ତି ସେ ସ୍ଥାନ
ଯେ କର୍ମ କରେ ଯେ ପ୍ରକାରେ।

କର୍ମରୁ ହୁଏ ପ୍ରାରବ୍ଧ ନିର୍ମାଣ,
ପ୍ରାରବ୍ଧେ  ଚାଳିତ ଜୀବନ।
ଭବ କାରାଗାରର ଭୋଗ ଯୋଗ,
ପ୍ରାଣୀଙ୍କ କର୍ମର ଅର୍ଜନ ।

କର୍ମ ଉପରେ ପ୍ରତିଟି ପ୍ରାଣୀର
ଜନ୍ମାଧିକାର ଯେ ନିୟତ।
ସତ ବା ଅସତ କରେ ଯା କର୍ମ,
ଫଳ ଲଭେ ସେ ସେହି ମତ।

ଶୁଦ୍ଧ ଦୈବୀ କର୍ମ  ମୁକ୍ତିର ପଥ,
ନିସ୍ଵାର୍ଥ ଓ ସତ୍ୟବାଦିତା,
ଆସ୍ଥା, ଶ୍ରଦ୍ଧା, ଅଙ୍ଗୀକାର ଓ ତ୍ୟାଗ,
ଦୟା, ସାଧନା ଆଉ ପବିତ୍ରତା।

କୌଣସି ଦେଶର ସରକାର କେବେ ନିଜ ପ୍ରଜାକୁ କାରାଗାରକୁ ପଠାଇଦେବାକୁ ଚାହେଁ ନାହିଁ ।ଠିକ ସେ ପ୍ରକାରେ ପ୍ରଭୁ ଆତ୍ମମାନଙ୍କୁ ନିଜ ସନାତନ ନିବାସରେ ରଖିବାକୁ ଚାହାନ୍ତି, କିନ୍ତୁ ପ୍ରାଣୀ ନିଜର କର୍ମ ଫଳ ଯୋଗୁ ଜୀବନ-ଯାତନା ରୂପୀ କାରାଗାରରେ ପଡେ।ବାରମ୍ବାର ଜୀବନକୁ ଫେରୁଥିବା ଆତ୍ମା ଧୀରେ ଧୀରେ ଅଧମ ଶ୍ରେଣୀକୁ ପ୍ରାପ୍ତ ହୁଏ ।
"ତାନହଂ ଦ୍ଵିଷତଃ କୃରାନସଂସାରେଷୁ ନରାଧମାନ,
କ୍ଷିପମ୍ୟଜସ୍ନମଶୁଭାନାସୁରୀଷ୍ଣେଵ ଯୋନିଷୁ ।ଗୀତା୧୬;୨୧।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...