Saturday 15 September 2018

ତୁମ ବାଙ୍କ ଚାହାଣି

ନନ୍ଦସୁତ ଗୋପାଳମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି
ନନ୍ଦସୁତ ଗୋପାଳମଣି,
ଯାହାଠାରେ ତୁମ ଦୃଷ୍ଟି ଗଲା ପଡି,
ବଦଳିଗଲା ତା ଭାଗ୍ୟ କାହାଣୀ,
ନନ୍ଦସୁତ ଗୋପାଳମଣି ।

ସଖା ପଣେ ବରି ଅର୍ଜୁନ,
ସମର୍ପିଲା ତୋଠାରେ ମନ,
ଭକତି ଭାବରେ କରି ବିମୋହିତ,
ପାଇଲା ଗୀତାର ଅମୃତ ବାଣୀ,
ନନ୍ଦ ସୁତ ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି ।

ସୁଦମାର କପାଳ ବାମ,
ଭିକ୍ଷାବୃତି ଜୀବନ କର୍ମ,
ବାଲ୍ୟସଖାଠାରେ କରି କୃପଦୃଷ୍ଟି,
ଦେଖାଇ ଦେଲ ହେ ତୁମ କରଣି,
ନନ୍ଦ ସୁତ ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି ।

ଅତି ଅକିଞ୍ଚନ ତୋ ଦାସ,
ତୋ କୃପାରେ କରିଛି ଆଶ,
ରଖି ତା ବିଶ୍ଵାସ ବାରେ ଦୃଷ୍ଟି ଫେଇ, 
ପୋଛିଦିଅ ତାର ଆଖିରୁ ପାଣି,
ନନ୍ଦ ସୁତ ଗୋପାଳ ମଣି,
ବଡ ଶୁଭ ତୁମ ବାଙ୍କ ଚାହାଣି।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...