Tuesday 11 September 2018

ମୋ ମନ ରଥର ସାରଥି

ତୁମେ ଯେବେ ହୁଅ କାହ୍ନା,
ମୋ ମନ ରଥର ସାରଥି,
କି ପାଇଁ ଭାବିବି ପ୍ରଭୁ,
ଜୀବନର ଯା' ହେବ ଗତି।

ପରମର ଆଶ୍ରା ପାଇ,
ଆତ୍ମା ମୋ ରହିବ ଆଶ୍ଵସ୍ତ,
ଦିବା ନିଶି ତୁମ ଧ୍ୟାନେ,
ଏ ଅଧମ ରହିଥିବ ବ୍ୟସ୍ତ।

ହୋଇ ବିସ୍ମୟ ବିମୁଗ୍ଧ,
ପାଇବି ଅଦ୍ଭୁତ ଆନନ୍ଦ,
ହେବି ପଛେ ତୋ ସ୍ନେହରେ,
ହରି ହେ ଉନ୍ମତ୍ତ ଉନ୍ମାଦ।

ଏହା ହିଁ ତ ସେହି ଲକ୍ଷ୍ୟ,
ଏଇ ମୋ' ଜୀବନର ସ୍ଵପ୍ନ,
ଯାହା କଳି ଚାଲିଥିଲା,
ସତତ ମୋ ବିଦଗ୍ଧ ମନ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...